CrimeFeaturedLatest

୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ବଲାଙ୍ଗିର (ସଂକେତ ଟିଭି): ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହା ପରେ କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ମଧ୍ୟ ଛାନଭିନ କରୁଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା କନ୍ଧେନଝୁଲା ପଞ୍ଚାୟତ ସର୍ଗିମୁଣ୍ଡା ଗାଁର ମୀନକେତନ ଚାହାର ଓପେନ୍ ଓ୍ବେଲ୍ ଇରିଗେସନ ସ୍କିମ୍‌ରେ ଚହଲା କରିଥିଲେ । ତେବେ ଚହଲା ବିଲ୍ କରି ଦେବା ପାଇଁ ଜେଇ ବାବୁଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ସେ ବିଲ୍ କରେଇ ଦେବେ ବୋଲି କହି ଟଙ୍କା ମାଗିଥିଲେ । ପୂର୍ବରୁ ୧୫ ହଜାର ଟଙ୍କା ନେଇଥିବା ବେଳେ ଶୁକ୍ରବାର ୭ ହଜାର ଟଙ୍କା ନେବାର ଥିଲା । ତେବେ ଏ ନେଇ ମୀନକେତନ ଭିଜିଲାନ୍ସ ବିଭାଗର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ଅନୁଯାୟୀ ପ୍ରସ୍ତୁତ ହୋଇ ରହିଥିଲା । କନିଷ୍ଠ ଯନ୍ତ୍ରୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଛି ।