ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ହୋଇଛନ୍ତି ନୋଏଲ୍ ଟାଟା
ନୂଆଦିଲ୍ଲୀ (ସଂକେତ ଟିଭି): ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ହୋଇଛନ୍ତି ନୋଏଲ୍ ଟାଟା ।ବୁଧବାର ରତନ ଟାଟାଙ୍କ ନିଧନ ପରେ ଆଜି ମୁମ୍ବାଇରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ କରାଯାଇଛି ।
ବୈଠକରେ ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି । ନୋଏଲ୍ ପୂର୍ବରୁ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର୍ ରତନ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଟନ୍ତି । ଏହି ଟ୍ରଷ୍ଟ କେବଳ ଟାଟା ଗ୍ରୁପ୍ର ଚିତ୍ତାକର୍ଷକ କାର୍ଯ୍ୟକଳାପକୁ ପରିଚାଳନା କରେ ନାହିଁ, ବରଂ ଟାଟା ଗ୍ରୁପର ପ୍ୟାରେଣ୍ଟ କମ୍ପାନି ଥିବା ଟାଟା ସନ୍ସରେ ମଧ୍ୟ ଏହାର ବହୁ ସଂଖ୍ୟା ରହିଛି। ଏହି ନିଯୁକ୍ତି ସହିତ ନୋଏଲ୍ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ଏକାଦଶ ଚେୟାରମ୍ୟାନ୍ ଏବଂ ସାର୍ ରତନ ଟାଟା ଟ୍ରଷ୍ଟର ଷଷ୍ଠ ଚେୟାରମ୍ୟାନ୍ ହୋଇଛନ୍ତି ।
ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ । ରତନ ଟାଟାଙ୍କ ବାପା ନାଭାଲ ଟାଟା ଦୁଇ ଜଣଙ୍କୁ ବିବାହ କରିଥିଲେ । ପ୍ରଥମ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିଥିଲେ । ନୋଏଲ ହେଉଛନ୍ତି ତାଙ୍କ ସାବତ ମାଆଙ୍କ ପୁଅ । ସେ ଇନଭେଷ୍ଟମେଣ୍ଟ, ଭୋଲ୍ଟାଜ ଲିମିଟେଡ, ଇଣ୍ଟରନ୍ୟାସନାଲ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ ଅଧ୍ୟକ୍ଷ ରହିଛନ୍ତି । ଟାଟା କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଥିବା ବେଳେ ବର୍ତ୍ତମାନ ତାଙ୍କ ଦାୟିତ୍ବ ବଢିଛି । ରତନ ଟାଟାଙ୍କ ଦେହାନ୍ତ ପରେ ଏବେ ସେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ନୋଏଲ ସାର ରତନ ଟାଟା ଟ୍ରଷ୍ଟ ବୋର୍ଡରେ ଟ୍ରଷ୍ଟି ଅଛନ୍ତି । ଟାଟା ବ୍ରାଣ୍ଡ ଦେଢ଼ଶହ ବର୍ଷର ପୂରୁଣା ଏବଂ ପ୍ରତିଷ୍ଠିତ କମ୍ପାନୀ । ଟାଟା ସନ୍ସ କମ୍ପାନୀର ୬୬ ପ୍ରତିଶତ ଅଂଶଧନ, ଟାଟା ଟ୍ରଷ୍ଟ ନିକଟରେ ରହିଛି । ସେହି ଦୃଷ୍ଟିରୁ ନୋଏଲ ଟାଟାଙ୍କୁ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ବା ଚେୟାରମ୍ୟାନ କରାଯିବା ବେଶ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।