LatestSports

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା

ମୁମ୍ବାଇ (ସଂକେତ ଟିଭି): ବିସିସିଆଇ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହି ସିରିଜ୍ ଖେଳାଯିବ । ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି।

ଭାରତୀୟ ଦଳର ପୂର୍ବତନ ପେସର୍ ଅଜିତ ଅଗରକରଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଟେଷ୍ଟ ସିରିଜ ପାଇଁ ଦଳ ଚୟନ କରିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ବିସିସିଆଇ ସଚିବ ଜୟ ଶାହ ପ୍ରେସ ବିବୃତ୍ତି ମାଧ୍ୟମରେ ଭାରତୀୟ ଦଳ ଘୋଷଣା କରିଥିଲେ । ଦଳରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ଟିମ୍‌ ଇଣ୍ଡିଆରେ ଏଥର ଚାରି ଜଣ ଖେଳାଳିଙ୍କୁ ଟ୍ରାଭେଲ ରିଜର୍ଭ ଭାବେ ରଖାଯାଇଛି । ସେମାନେ ହେଉଛନ୍ତି ନୀତିଶ କୁମାର ରେଡ୍ଡୀ, ମୟଙ୍କ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣା ।

ଭାରତୀୟ ଟିମ୍: ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ବାଲ, ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ଉଇକେଟ ରକ୍ଷକ), ଧ୍ରୁଭ ଜୁରେଲ (ଉଇକେଟ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ।

ପ୍ରଥମ ମ୍ୟାଚ- ଅକ୍ଟୋବର ୧୬ରୁ ୨୦ (ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ,ବେଙ୍ଗାଲୁରୁ)

ଦ୍ବିତୀୟ ମ୍ୟାଚ- ଅକ୍ଟୋବର ୨୪ରୁ ୨୮ (ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ, ପୁନେ)

ତୃତୀୟ ମ୍ୟାଚ- ନଭେମ୍ବର ୧ ରୁ ୫ (ଓ୍ବାଙ୍ଖଡେ,ମୁମ୍ବାଇ)