FeaturedLatestNews

ରଙ୍ଗିଲା ବାବାଙ୍କ କାର୍‌ନାମା, ସାମନାକୁ ଆସିଲା ଲିପ୍‌ କିସ୍‌ ଦେବାର ଫଟୋ

ଭୁବନେଶ୍ବର(ସଂକେତ ଟିଭି): କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ବାହାରବିଲା ଆଶ୍ରମ ମହନ୍ତ କୈବଲ୍ୟ ଜାନି ବାବାଙ୍କ କଳା କାରନାମା ଧିରେ ଧିରେ ସାମନାକୁ ଆସୁଛି । ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ନାଲି ଓ ହଳିଦୀଆ ରଙ୍ଗର ଧୋତି ପରିଧାନ କରୁଥିବା ବାବା ଜିନ୍ସ ପିନ୍ଧି ଜଣେ ତରୁଣୀଙ୍କୁ ଲିପ୍‌ କିସ୍‌ କରୁଥିବା ଦେଖିବାକୁ ମିଳିଛି। ସିଏ ଖାଲି ଲିପ୍‌ କିସ୍‌ ଦେଉନାହାନ୍ତି, ବରଂ ତାଙ୍କୁ ତାଙ୍କ ବାହୁ ବନ୍ଧନରେ ଆଲିଙ୍ଗନ କରୁଛନ୍ତି। ଆଉ ଯୁବତୀ ଜଣକ ସ୍ମିତ ହାସ୍ୟ ଦେଉ ବାବାଙ୍କୁ ଅନାଉଥିବା ଫଟୋରେ ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି।

ଚର୍ଚ୍ଚା ହେଉଛି କିସ୍‌ ଦେଉଥିବା ଯୁବତୀଙ୍କୁ ବାବା କୁଆଡେ ଅପହରଣ କରିଛନ୍ତି। ସେହି ମାମଲାରେ ଢେଙ୍କାନାଳ ପୁଲିସ୍‌ ବାବାଙ୍କୁ ଆଶ୍ରମରୁ ଉଠାଇ ନେଇ ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ, ଗତ ୭ ତାରିଖ ଅପହୃତା ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ । ଢେଙ୍କାନାଳ ସଦର SDPOଙ୍କ ସମେତ ଢେଙ୍କାନାଳ ଓ ତିଗିରିଆ ପୋଲିସ ସହାୟତାରେ ତିଗିରିଆ ଥାନା ବାହାରବିଲ୍ଲା ସୁତୀକ୍ଷ୍ଣ୍ ଆଶ୍ରମରେ ଚଢ଼ାଉ କରି ବାବା କୈବଲ୍ୟ ଜାନିଙ୍କୁ ଗିରଫ କରିବା ସହ ତାଙ୍କ କାର୍‌କୁ ମଧ୍ଯ ଜବତ କରିଛି । ଚଢ଼ାଉ ସମୟରେ ବାବାଙ୍କ କାର୍‌ରୁ ମିଳିଛି ଆପତ୍ତିଜନକ ସାମଗ୍ରୀ ସହିତ ଯୁବତୀଙ୍କ କିଛି ଅନ୍ତରଙ୍ଗ ଫଟୋ ଓ ଜିନ୍ସ ପ୍ୟାଣ୍ଟ ମିଳିଥିବା ବେଳେ ବାବାଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲାରେ ସୂତୀକ୍ଷ୍ମ ଆଶ୍ରମ ରହିଛି । କୈବଲ୍ୟ ଜାନି ବାବା ସେହି ଆଶ୍ରମର ମହନ୍ତ ଅଛନ୍ତି । ନିଜକୁ ସେ ଜଣେ ସାଧକ ବୋଲି ପରିଚୟ ଦିଅନ୍ତି। ବାବା କପାଳରେ ସିନ୍ଦୂର ତିଳକ ଲଗାନ୍ତି ଓ ନାଲି, ହଳଦୀ ରଙ୍ଗର ଧୋତି ପରିଧାନ କରନ୍ତି। ତାଙ୍କର ବହୁ ଅନୁଗାମୀ ଅଛନ୍ତି। ପ୍ରତିଦିନ ଆଶ୍ରମରେ ପୂଜାପାଠ ହୋଇଥାଏ। ତେଣୁ ଭକ୍ତଙ୍କ ଆଗମନ ହୋଇଥାଏ। ଏବେ ଶାରଦୀୟ ଉତ୍ସବ ଚାଲିଥିବାରୁ ଆଶ୍ରମରେ ମାଆଙ୍କ ଆରାଧନା କରାଯାଉଛି।