FeaturedLatestNews

ପ୍ରେମରେ ଧୋକା ଖାଇ ୮ ମହଲାରୁ ଡେଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର

ଭୁବନେଶ୍ବର(ସଂକେତ ଟିଭି): ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଯୁବ ଇଞ୍ଜିନିୟର । ଭୁବନେଶ୍ବର ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା ପ୍ରେମରେ ଧୋକା ପାଇଁ ମାନସିକସ୍ତରରେ ଭାଙ୍ଗି ପଡିବା ପରେ
ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଛନ୍ତି। ରୋନିତଙ୍କ ବୟସ ୨୩ । ଆତ୍ମହତ୍ୟା ପୂର୍ବର ଚିତ୍ର ସିସିଟିଭିରେ କଏଦ ହୋଇଛି।

ପରିବାର ଲୋକଙ୍କ କହିବା ମୁତାବକ, ରୋନିତ ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ। କୌଣସି କଥାକୁ କେନ୍ଦ୍ର କରି ପ୍ରେମରେ ପୂର୍ଣ୍ଣଛେଦ ପଡିଥିଲା। ଯାହାକୁ ନେଇ ରୋନିତ ବେଶ ଚିନ୍ତାଗ୍ରସ୍ତ ଥିଲେ। ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ପୁଅର ମୃତ୍ୟୁ ପାଇଁ ପ୍ରେମିକାକୁ ଦାୟୀ କରି ପରିବାର ଲୋକେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଖରାବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ପୂର୍ବର ଘଟଣା ସିସିଟିଭିରେ କଏଦ ହୋଇଛି ।