ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ (ସଂକେତ ଟିଭି): ନାଏବ ସିଂ ସୈନୀ ପୁଣିଥରେ ହରିୟାଣା ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସାଇନି ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଅର୍ଥାତ୍ ଅକ୍ଟୋବର ୧୭ରେ ହରିୟାଣାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ବିଜ୍ ପରବର୍ତ୍ତୀ ସିଏମ ପାଇଁ ସାଇନିଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସେପଟେ ଦଳର ଅନ୍ୟତମ ବରିଷ୍ଠ ନେତା ଅନିଲ ବିଜଙ୍କ ମୁଖ୍ୟମନ୍ତ୍ରୀ ପଦ ଦାବିଦାରୀ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା । ଅନିଲ, ମନୋହର ଲାଲ ଖଟ୍ଟରଙ୍କ ପରେ ଦଳରେ ଦ୍ବିତୀୟ ବରିଷ୍ଠ ନେତା ଭାବେ ପରିଚିତ । ସେ ମନୋହର ଲାଲ ଖଟ୍ଟର ସରକାରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଗୃହମନ୍ତ୍ରୀ ହୋଇଥିଲେ । ସେ ଏଥର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ ଥିବା ଚର୍ଚ୍ଚା ହୋଇଥିଲା ।
ହରିୟାଣାର ବିଧାୟକ ଦଳର ନେତା ଭାବରେ ସାଇନି ନିର୍ବାଚିତ ହେବା ପରେ ବର୍ତ୍ତମାନ ସରକାର ଭବନରେ ସରକାର ଗଠନ ଦାବି ଉପସ୍ଥାପନ କରାଯିବ ଏବଂ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ଗୁରୁବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।
ଏହି ସମୟରେ ନାୟବ ସିଂ ସାଇନିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ହରିୟାଣାର ଲୋକମାନେ ପିଏମ ମୋଦିଙ୍କ ନୀତିକୁ ଅନୁମୋଦନ କରିଛନ୍ତି। ସାଇନି କହିଛନ୍ତି, ସେ ନିଜେ ରାଜ୍ୟପାଳଙ୍କ ସମ୍ମୁଖରେ ସରକାର ଗଠନ ପାଇଁ ନିଜର ଦାବି ଉପସ୍ଥାପନ କରିବେ। ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପକୁ ଆଗକୁ ନେବାକୁ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।