LatestNews

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ

ଭୁବନେଶ୍ବର (ସଂକେତ ଟିଭି): ‘ଆମ ଓଡିଶା, ନବୀନ ଓଡିଶା’ର ନାଁ ବଦଳି ହେବ ‘ବିକଶିତ ଗାଁ, ବିକଶିତ ଓଡିଶା’ । ଏହି ନାଁରେ ଏବେ ସେହି କାର୍ଯ୍ୟକ୍ରମ ଚାଲିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ।

ସେ କହିଛନ୍ତି ଯେ ଦୁଇ ଦିନ ଭିତରେ ରାଜ୍ୟ ସରକାର ଗାଇଡ଼ ଲାଇନ ଆଣୁଛନ୍ତି। ଯେଉଁଥିରେ ପଲ୍ଲୀସଭାକୁ ଦିଆଯିବ ଗୁରୁତ୍ୱ । ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଞ୍ଚାୟତର ବିକାଶ ହେବ । ଅନୁସୂଚିତ ଜନଜାତି ଅଞ୍ଚଳରେ ପେଶା ଆଇନ ଲାଗୁ ହେବ ଅନ୍ୟ ସବୁ ଅଞ୍ଚଳରେ ଗ୍ରାମସଭା ଏବଂ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ । ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡ଼ ଲାଇନ ଆସୁଛି । ଏଥିରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।