ବାତ୍ୟା ପ୍ରସ୍ତୁତି ପାଇଁ ଓଡିଶା ସରକାରଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଦାନା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ମାଡ଼ ହେବାକୁ ଥିବା ବାତ୍ୟା ସମ୍ପର୍କରେ ଗୁରୁବାର ଆଲୋଚନା ହୋଇଥିଲା। ଯେଉଁଠି ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।
ପୁର୍ବାହ୍ନର ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖବରଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଥିବା ସେ କହିଥିଲେ। ଏଥିସହିତ ଆଉ କିଛି ଆବଶ୍ୟକ ହେଲେ, ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟ ସରକାର ଯାହା କେନ୍ଦ୍ରଠାରୁ ସାହାଯ୍ୟ ମାଗିଥିଲେ ସବୁ ମିଳିଯାଇଛି।