ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ସ୍ଥଗିତ
ଭୁବନେଶ୍ବର (ସଂକେତ ଟିଭି): ପାଗ ଅନୁକୂଳ ନ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାତ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ ସ୍ଥଗିତ ରଖାଯାଇଛି। ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲାକୁ ଆକାଶମାର୍ଗରୁ ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯାଇଥାନ୍ତେ।
ହେଲେ ପାଗ ଅନୁକୂଳ ନଥିବାରୁ ହେଲିକପ୍ଟରରେ ଗସ୍ତ ସମ୍ଭବ ନଥିଲା। ଏହି କାରଣରୁ ତାଙ୍କର ବାତ୍ୟାଞ୍ଚଳ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ତେଣେ ଯଦି ଆସନ୍ତାକାଲି ପାଗ ଅନୁକୂଳ ରହେ, ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟାଞ୍ଚଳ ଗସ୍ତ କରିବେ ବୋଲି ଜଣାଯାଇଛି।