ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ
ଭୁବନେଶ୍ବର (ସଂକେତ ଟିଭି): ହିତାଧିକାରୀ ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ । ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ରାସନ କାର୍ଡ। E-KYC ଚାଲିଛି। ଅନେକ ଅଯୋଗ୍ୟ ବାହାରିବେ। ଏହା ପରେ ନୂଆ ହିତାଧିକାରୀଙ୍କୁ ରାସନକାର୍ଡ ଦିଆଯିବ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି,୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ। ଇ-କେୱାଇସି ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀମାନେଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାପଡ଼ିବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।