ପରକୀୟା ପ୍ରୀତିରୁ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ମୃତ
ରାଉରକେଲା (ସଂକେତ ଟିଭି): ସୁନ୍ଦରଗଡ ସଦର ଥାନା କରମଡିହି ଗୀତାପଡ଼ାରେ ପରକିୟା ପ୍ରୀତିରୁ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ୫ ଜଣଙ୍କୁ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ ମହିଳା ଥିବା ଜଣାଯାଇଛି। ଏହି ଗୋଷ୍ଠୀ ସଂଘର୍ଷ ୪ ଆହତଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଏବଂ ଜଣେ ମହିଳା ରହିଛନ୍ତି।
ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଚାରି ଜଣ ଶିଶୁଙ୍କୁ ନେଇ ଫେରାର ମାରିଛନ୍ତି। ଧରିବାକୁ ପୁଲିସ ତନାଘନା ଜାରି ରହିଛି। ସଦର ଏସଡିପିଓ ଏବଂ ୫ ଆଇ ଆଇସି, ୪ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଟିମ୍ ଗଠନ କରି ହତ୍ୟାକାରୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି। ଘଟଣା ପରେ ମେଡିକାଲରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଞ୍ଚି ତଦନ୍ତ କରୁଛନ୍ତି । ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ।
ସୂଚନା ଅନୁସାରେ, ଗତ କିଛି ମାସ ଧରି ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ଗୋଟିଏ ଯାଯାବର ଦଳର ଅବିନାଶ ପାୱାରର ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ କାହା ସହିତ ପଳାଇଥିଲା । ପରେ ଅବିନାଶ ଅନ୍ୟ ଗୋଷ୍ଠୀର ଜଣେ ମହିଳାଙ୍କୁ ପାଖରେ ଆଣି ରଖିଥିଲେ । ପ୍ରଥମ ସ୍ତ୍ରୀର ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀର ଦୁଇଟି ସନ୍ତାନ ରହିଛନ୍ତି । ତେବେ ଦ୍ବିତୀୟ ସ୍ତ୍ରୀକୁ ନେଇ ଅନ୍ୟ ଯାଯାବର ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଜଣ ଲୋକ ଆସି ଏମାନଙ୍କ ଉପରେ ଆକ୍ରମଣ କରିଥିଲେ । ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ତାର ସ୍ତ୍ରୀ ଆହତ ହୋଇଥିଲେ। ଏହି ଘଟଣା ପରେ ଅବିନାଶର ଦ୍ବିତୀୟ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି ଆକ୍ରମଣକାରୀ ।