LatestNews

ଦିପାବଳିରେ ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ବର (ସଂକେତ ଟିଭି): ଦୀପାବଳିରେ ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ଏହାକୁ ନେଇ ମଙ୍ଗଳବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ତେବେ ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ଲାଗି ମନା କରାଯାଇଛି।

ଗାଇଡଲାଇନ୍‌ ଅନୁସାରେ, ପାର୍କ, ସାଇଲେନ୍ସ ଜୋନ୍‌ରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ କୋର୍ଟଠାରୁ ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ବସ୍ତି ସହ ରାସ୍ତା ଓ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି।

୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମନା କରାଯାଇଛି। ଏଥି ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ମନା କରାଯାଇଛି।