FeaturedLatestNews

ଶିମିଳିପାଳ ଅଭୟାରଣ୍ୟରେ ବାରହା ଶିକାର କଲା ବାଘୁଣୀ ଯମୁନା

ବାରିପଦା (ସଂକେତ ଟିଭି): କିଛି ଦିନ ପୂର୍ବେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିବା ନୂଆ ବାଘୁଣୀ ‘ଯମୁନା ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଶିମିଳିପାଳ କ୍ଷେତ୍ର ନିର୍ଦେଶକଙ୍କ ପକ୍ଷରୁ ଏହି ସୂଚନା ମିଳିଛି।

ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡା ଯାଇଥିବାବେଳେ ଯମୁନା ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଶିକାର କରି ଖାଇବା ପରେ ବାଘୁଣୀ ପାଣି ପିଇଥିଲା। ଏବେ ଯମୁନା ସୁସ୍ଥ ଓ ଶାନ୍ତ ରହିଛି। ଏନକ୍ଲୋଜର ଭିତରେ ସିସି ଟିଭି କ୍ୟାମେରା ଲଗାଯାଇ ବାଘୁଣୀର ଗତିବିଧି ଉପରେ ନଜର ରଖାଯାଇଛି। ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଯମୁନାକୁ ଶିମିଳିପାଳକୁ ଅଣାଯାଇଥିଲା। ୨୯ ତାରିଖରେ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟର ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ଛାଡି ଦିଆଯାଇଥିଲା। ବାଘୁଣୀର ବୟସ ୨ ବର୍ଷ ୫ ମାସ। ଏବେ ଶିମିଳିପାଳ ପରିବେଶରେ ସହିତ ନିଜକୁ ଖାପଖୁଆଇଛି ‘ଯମୁନା’।