BusinessFeaturedGeneralLatest

୬୨ ଟଙ୍କା ବଢିଲା ଏଲ୍‌ପିଜି ଗ୍ୟାସ୍‌ର ଦର

ନୂଆଦିଲ୍ଲୀ(ସଂକେତ ଟିଭି): ସରକାରୀ ତୈଳ କମ୍ପାନୀଗୁଡିକ ଆଜି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। ନଭେମ୍ବର ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି।ଇଣ୍ଡିଆନ ଅଏଲ ନଭେମ୍ବର ୧ରୁ ବାଣିଜି୍ୟକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୬୨ ଟଙ୍କା ବୃଦ୍ଧି କରିଛନ୍ତି। ଆଜିଠାରୁ ସିଲିଣ୍ଡର ପିଛା ୧୮୦୨ ଟଙ୍କାରେ ବିକ୍ରି ହେବ। ପୂର୍ବରୁ ଏହାର ମୂଲ୍ୟ ୧୭୪୦ ଟଙ୍କା ଥିଲା।

ସରକାରୀ ତୈଳ କମ୍ପାନୀଗୁଡ଼ିକ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି। ଆଜିଠାରୁ ନୂଆ ମାସ ଆରମ୍ଭ ହେଉଛି। ଦେଶର ଅନେକ ସହରରେ ଆଜି ଦୀପାବଳି ପାଳନ କରାଯାଉଛି। ତେଣୁ ଏହି ମାସର ପ୍ରଥମ ସପ୍ତାହରେ ଛଟ୍‌ ପର୍ବ ପାଳନ କରାଯିବ। ଏହି ମାସରୁ ବିବାହ ଋତୁ ମଧ୍ୟ ଆରମ୍ଭ ହେଉଛି।

ଏହି ଦର ବଢ଼ିବା ପରେ ଦିଲ୍ଲୀରେ ସିଲିଣ୍ଡର୍‌ ଦର ୧୭୪୦ରୁ ବଢ଼ିକରି ୧୮୦୨ରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡର୍‌ର ଦର ୧୮୫୦.୫୦ରୁ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କା ହୋଇଛି।

ମୁମ୍ବାଇରେ ୧୯ କିଲୋର ସିଲିଣ୍ଡର୍‌ର ଦର ୧୬୯୨.୫୦ ସ୍ଥାନରେ ୧୭୫୪ ଟଙ୍କା ହୋଇଯାଇଛି। ଚେନ୍ନାଇରେ ପୂର୍ବରୁ ୧୯୦୩ ଟଙ୍କା ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୯୬୪ ଟଙ୍କା ହୋଇଛି।