CulturalFeaturedLatestNews

ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ: ଆଇନ ମନ୍ତ୍ରୀ

ପୁରୀ (ସଂକେତ ଟିଭି): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏସଂପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ପ୍ରାଥମିକ ଅନୁଧ୍ୟାନରେ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣାପଡିଛି । ଜିଆରପି ସର୍ଭେର ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାର । ରତ୍ନଭଣ୍ଡାରରେ ଫାଟ ଥିବା ସ୍ପଷ୍ଟ କିନ୍ତୁ ସୁଡଙ୍ଗ ନାହିଁ ।

ସେହିପରି ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେ। ଏବେ କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ଭିଡ଼ ରହିଛି। ତେବେ କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ମରାମତି ହେବ। ରତ୍ନଭଣ୍ଡାର ମଧ୍ୟରେ ଫାଟ ରହିଛି। ତେବେ କାର୍ତ୍ତିକ ମାସ ପରେ ଏକ ମାସ ଧରି ରତ୍ନଭଣ୍ଡାରର କାମ କରିବ। ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ। ତେବେ ପୁରୁଣା ତାଲିକା ସହ ମ୍ୟାଚ୍‌ କରାଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।