FeaturedLatestNews

ଖୁବ୍‌ଶୀଘ୍ର ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ କେନ୍ଦ୍ରୀୟ ଟିମ୍ କରିବେ : ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ଵର (ସଂକେତ ଟିଭି): ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସିବାର ଅଛି । ଖୁବଶୀଘ୍ର ଆସି କ୍ଷୟକ୍ଷତି ଆକଳନ କରିବେ । କେନ୍ଦ୍ରୀୟ ଟିମ ଆକଳନ କଲେ କେନ୍ଦ୍ରରୁ କ୍ଷତିପୂରଣ ଟଙ୍କା ଆସିବ । ତା ଆଗରୁ ରାଜସ୍ବ ବିଭାଗରେ ଥିବା ଅର୍ଥ କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଦାନ କରାଯିବ । ଓଡିଶା ମଧ୍ୟ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ତଥ୍ୟ ପ୍ରଦାନ କରିବ । ଏହାସହ ଅନ୍ୟ ଜିଲ୍ଲା ମାନଙ୍କରେ ହୋଇଥିବା କ୍ଷତି ମଧ୍ୟ ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ଦାନା ପାଇଁ ହୋଇଥିବା କ୍ଷୟକ୍ଷତି ଆକଳନ ଆଜି ସମାପ୍ତ ହେବ। ଆସନ୍ତାକାଲି ଏସଆରସି ନିକଟରେ ଏହି ରିପୋର୍ଟ ଦାଖଲ କରାଯିବ । ବାତ୍ୟାରେ ତିନୋଟି ଜିଲ୍ଲା ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡ଼ା ବିଶେଷ ଭାବେ ପ୍ରଭାବିତ ହୋଇ କ୍ଷୟକ୍ଷତି ହୋଇଛି। ଘର, ଫସଲ ନଷ୍ଟ ହେବା ସହିତ ବିଭିନ୍ନ ବିଭାଗର ମଧ୍ୟ କ୍ଷୟକ୍ଷତି ହୋଇଛି । ସବୁ ବିଭାଗର ରିପୋର୍ଟ ରବିବାର ପ୍ରଦାନ କରାଯିବ । କେବଳ ଶକ୍ତି ବିଭାଗର ରିପୋର୍ଟ ଟିକେ ବିଳମ୍ବ ହେବ । ରିପୋର୍ଟ ପାଇଲା ପରେ ପ୍ରଥମେ ଫସଲ ଓ ଘରର କ୍ଷତିପୂରଣ ଦିଆଯିବ । ପରେ ବିଭିନ୍ନ ବିଭାଗର କ୍ଷତି ପୂରଣ ଦିଆଯିବ ବୋଲି ସେ କହିଛନ୍ତି ।