LatestNews

ବଲାଙ୍ଗୀରରେ ୬୨୧ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲାରେ ୬୨୧କୋଟି ଟଙ୍କା ବ୍ୟୟରେ ମୋଟ ୨୭ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ସେ ବେଲାପଡ଼ାରେ ଏକ ସାଧାରଣ ସଭାରେ ଉଦବୋଧନ ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ମୋହନ ମାଝୀଙ୍କ ପ୍ରଥମ ଥର ବଲାଙ୍ଗୀ ଗସ୍ତ ।

ସୂଚନା ଅନୁସାରେ, ସ୍ବତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ତୁଷୁରା ଏୟାରଫିଲ୍ଡରେ ଓହ୍ଲାଇଥିଲେ। ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏୟାରଫିଲ୍ଡକୁ ୨-ବି କ୍ଲାସ ଉନ୍ନତିକରଣ ପାଇଁ ୬୪ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସେହିପରି ଦ୍ବିତୀୟ କାର୍ଯ୍ୟକ୍ରମ ଭାବେ ସେ ବେଲାପଦାଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଛନ୍ତି । ତେବେ ଏ ଅବସରରେ ସେ ପ୍ରାୟ ୮ ଶହ କୋଟି ଟଙ୍କା ବିନିମୟରେ ୫୦ ପ୍ରକଳ୍ପର ଶିଳାନ୍ୟାନ ଓ ଉଦଘାଟନ କରିଥିଲେ ।

ସେ ବଲାଙ୍ଗୀର ଜିଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଏହାଦ୍ଵାରା ବେଲପଡ଼ା ବ୍ଲକର ୬ ହଜାର ହେକ୍ଟର ଚାଷଜମି ଜଳସେଚିତ ହେବ। ୨୪୯୫ ମିଟର ଡ୍ୟାମ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଡ୍ୟାମରୁ ୨୧୦ କିଲୋଓ୍ବାଟ ବିଦ୍ୟୁତ ଉତ୍ପାଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।