ବିଜେପି-ବିଜେଡି ସଂଘର୍ଷରେ କଂଗ୍ରେସର ଫାଇଦା : ତାରି ବାହିନୀପତି
ଭୁବନେଶ୍ବର (ସଂକେତ ଟିଭି): ବିଜେଡିର ସିନିୟର ଲିଡର କେବେ ବିଜେପି ଆଡ଼େ ଯିବାକୁ ଚାହୁଁ ନାହାନ୍ତି । ସେମାନେ କଂଗ୍ରେସ ଆଡ଼େ ଯିବାକୁ ଚାହୁଁଛନ୍ତି । ଯୁବ ବିଜେଡି କିଛି ଅଛନ୍ତି ସେମାନେ ବିଜେପି ଆଡ଼େ ଯିବାକୁ ଚାହୁଁଥିବେ । ଦୁଇ ଦଳର ଟଣା ଓଟରା ଭିତରେ କଂଗ୍ରେସକୁ ଫାଇଦା ହେବ । ଯେଉଁ ତର୍ଜମା ଚାଲିଛି ଆଗକୁ କଂଗ୍ରେସ ପାଇଁ ଉଜ୍ଜ୍ବଳ । ଏକଥା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ସେ କହିଛନ୍ତି ଯେଉଁମାନେ ପୂର୍ବତନ ଏମ ଏଲଏ, ଏମପି ସେମାନେ ଦଳ ଡିଆଁ କରିପାରିବେ । ଯେଉଁମାନେ ନିର୍ବାଚିତ ପ୍ରତିନିଧି ସେମାନଙ୍କ ପାଇଁ ଗୋଟେ ଆଇନ ଅଛି । ଗୋଟିଏ ଦଳର ସେତିକି ପ୍ରତିଶତ ବିଧାୟକ କି ସାଂସଦ ଏକାଠି ନହେବେ ଦଳ ନଛାଡ଼ିବେ ତାହେଲେ ଦଳ ବଦଲାଇ ପାରିବେନି । ଯଦି ଦଳ ବଦଳେଇବେ ତାଙ୍କର ସଭ୍ୟପଦ ରଦ୍ଦ ହେବ । ବିଜେଡି ହୁଅନ୍ତୁ କି ବିଜେପି ସେମାନେ ଯେଉଁ ଭାବୁଛନ୍ତି ଆମ ଆଡେ ପଳେଇ ଆସିବେ ବୋଲି ଏହା ସମ୍ପୂର୍ଣ୍ଣ ବାହାସ୍ପଟ । ଖାଲି ଟିଭିରେ ପେପରରେ ନାଁ ବାହାରିବାକୁ ଯାଇ ଏମିତି କହୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ଦଳ ଡେଇଁବା ଶୁଭଙ୍କର ନୁହେଁ । ଯଦି କିଏ ହାୱା ମାରୁଥିବା ତାହା ଭିନ୍ନ କଥା ବୋଲି ସେ କହିଛନ୍ତି ।