LatestNews

ଆସିଲା ‘ଦାନା’ କ୍ଷୟକ୍ଷତି ରିପୋର୍ଟ, ବାତ୍ୟା ଉଜାଡି ଦେଲା ୬୦୦ କୋଟି

ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଦାନା ରାଜ୍ୟରେ ୬ଶହ କୋଟି ଟଙ୍କାର କ୍ଷତି କରିଛି । ବାତ୍ୟା ‘ଦାନା’ର କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମନାକୁ ଆସିଛି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି ଟଙ୍କାର କ୍ଷତି ହୋଇଛି। ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି।

୧୪ ଜିଲ୍ଲାର୧୬୬ ବ୍ଲକରେ କ୍ଷତି ହୋଇଥିବା ବେଳେ ୧୩୧ ବ୍ଲକ ବେଶୀ ପ୍ରଭାବିତ ହୋଇଛନ୍ତି। ୧୧, ୬୩୭ ଗାଁର ୪୧ ଲକ୍ଷ ୪୩୫୭ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ମୋଟ ୧୬, ୪୧୭ ଘର ପ୍ରଭାବିତ ଓ ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। । ୪ ହଜାର କୁକୁଡ଼ା, ଛୋଟ ବଡ଼ ଜୀବ ୭୧ଟି ମରିଛନ୍ତି। ବାତ୍ୟାରେ ୬୧ ଜଣ ଲୋକ ଗୁରୁତର ହୋଇଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ। ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ।