ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍ କମ୍ପାନୀ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଉଛି। ପ୍ରଥମେ JSW ଇଭି ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିଦିଆଗଲା। ଆଉ ଏବେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲକୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର କରାଯାଉଛି ।
ସେ କହିଛନ୍ତି କେନ୍ଦ୍ରାପଡାକୁ ନିପ୍ପନ ଷ୍ଟିଲ କାରଖାନା ପ୍ରକଳ୍ପ ଆସିଥିଲେ ଏଠାର ଆର୍ଥିକ ଉନ୍ନତି ଓ ହଜାର ହଜାର ଚାକିରି ସୃଜନର ସମ୍ଭାବନା ଥିଲା । ନବୀନ ପଟ୍ଟନାୟକ ନିଜେ ନିପ୍ପନ କାରଖାନାକୁ ଯାଇ ନିବେଶ ପାଇଁ ପକ୍କା ପ୍ରତିଶୃତି ଆଣିଥିଲେ । ହେଲେ ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଇଛି। ଏହି କି ପ୍ରକାର ଓଡ଼ିଆ ଅସ୍ମିତା ଯାହାକୁ ବିଜେପି ପ୍ରତିଜ୍ଞା କରିଥିଲା ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ।
ତେବେ ଏନେଇ ସ୍ବଷ୍ଟି କରଣ ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ସେ କହିଛନ୍ତି ଯେ ଓଡ଼ିଶାର ଲୋକଙ୍କୁ ବିଜେଡି ଭ୍ରମିତ କରୁଛି । ପୂର୍ବ ସରକାରରେ ଯେଉଁ ଶିଳ୍ପସବୁ ଫେରିଯାଇଥିଲେ ସେମାନେ ଏବେ ଓଡ଼ିଶା ଫେରୁଛନ୍ତି । ଆଗରୁ ମଧ୍ୟ JSW –EV ଫେରି ଯାଉଛି ବୋଲି କହି ଲୋକଙ୍କୁ ଭ୍ରମିତ କରାଯାଇଥିଲା, ପରେ ସତ୍ୟତା ଜଣାପଡ଼ିଲା ବୋଲି ସେ କହିଛନ୍ତି ।