ସବୁ ସ୍କୁଲ ଓ କଲେଜକୁ ଡିସେମ୍ବର ୩୦ ତାରିଖ ସୁଦ୍ଧା ଦିଆଯିବ ଜମି ପଟ୍ଟା : ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଡିସେମ୍ବର ୩୦ ତାରିଖ ସୁଦ୍ଧା କିପରି ସବୁ ସ୍କୁଲ ଓ କଲେଜକୁ ଜମି ପଟ୍ଟା ଦିଆଯିବ । ଏନେଇ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେ କହିଛନ୍ତି ଯେ ଶିକ୍ଷକ କିମ୍ବା ଅଧ୍ୟାପକମାନେ ପାଠପଢ଼ା ଛାଡ଼ି ତହସିଲ ଅଫିସକୁ ଦୌଡ଼ିବା ଆବଶ୍ୟକ ନାହିଁ । ସେହିପରି ୨୦ ରାଜସ୍ବ ଗ୍ରାମ ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଆସିଥିଲା । ଏନେଇ ସେ ଗ୍ରାମର ଜନଗଣନା ଆରମ୍ଭ ହୋଇଯାଇଛି । ଯେତେ ପ୍ରସ୍ତାବ ଅସିଛି ତୁରନ୍ତ ତାକୁ ବିଚାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ୨୦ ରାଜସ୍ବ ଗ୍ରାମ ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଆସିଥିଲା । ଏନେଇ ସେ ଗ୍ରାମର ଜନଗଣନା ଆରମ୍ଭ ହୋଇଯାଇଛି । ଯେତେ ପ୍ରସ୍ତାବ ଅସିଛି ତୁରନ୍ତ ତାକୁ ବିଚାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ସେବା ଯଥା ଜାତିଭିତ୍ତିକ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଦେବା ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଉଛି ନିର୍ଦ୍ଦେଶ ଦିଆଯାଇଛି । ମ୍ୟୁଟେସନ୍ କେସ୍ ଗୁଡ଼ିକୁ ତୁରନ୍ତ ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଦିବାସୀ ମାନଙ୍କୁ ତୁରନ୍ତ ପଟ୍ଟା ଦେବା କଥା, ବସୁନ୍ଧରା ଯୋଜନାରେ ପଟ୍ଟା ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଏବଂ ଆଗୁଆ ବନ୍ୟା ବାତ୍ୟା ସଂପର୍କରେ ଆଗରୁ ସୂଚନା ଦେବା ପାଇଁ ଆଡଭାଇଜରି ଜାରି କରାଯାଇଛି ।
କିଛି ଆଇନର ସଂଶୋଧନ, ସରଳୀକରଣ, ଓଡ଼ିଶା ରିଲିଫ କୋଡର ସଂଶୋଧନ, ରିଲିଫ ଶବ୍ଦ ବଦଳରେ ଅଧିକାର ଆଇନରେ ପରିଣତ କରିବା ନେଇ ଆଲୋଚନା ହୋଇଛି ଏବଂ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାର ଯାଉଛନ୍ତି । ପ୍ରାକୃତିକ ବିପତ୍ତି ପରେ କ୍ଷତିପୂରଣ ଅଧିକାର ବଳରେ ଜଣେ କ୍ଷତିଗ୍ରସ୍ତ ଲୋକ କେମିତି କ୍ଷତିପୂରଣ ପାଇବେ ତାକୁ କାର୍ଯ୍ୟକାରୀ କରାଯିବ । ଏନେଇ ଆମେ ଫିଲ୍ଡରେ କାମ କରୁଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ଅବସର ନେଇଥିବା ଅଭିଜ୍ଞ ଲୋକଙ୍କର ମତ ନେବୁ । କଥା ହେଲା ପରେ ରାଜସ୍ବ ଆଇନକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ରାଜସ୍ବ ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଏହା କହିଛନ୍ତି । ଏବେ ବୈଠକରେ ଓଡ଼ିଶାର ୩ଟି ଜୋନର ରାଜସ୍ବ କମିଶନର, ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳ, ୩୫୪ ତହସିଲଦାର, ସବ୍ ରେଜିଷ୍ଟର ଉପସ୍ଥିତ ଥିଲେ ।