ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର
କୋରାପୁଟ (ସଂକେତ ଟିଭି): ୪୦ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କୋରାପୁଟ ଜିଲ୍ଲା ବୋଇପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ବିଶ୍ୱଜିତ୍ ଭୂୟାଁ। ବକେୟା ଦରମା କରାଇ ଦେବାକୁ କହି ୪୦ ହଜାର ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ମେଡିକାଲ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି । ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଚଢାଉ ସହ ଘଟଣାର ତଦନ୍ତ ଜାରି ରହିଛି ।
ସୂଚନା ଅନୁଯାୟୀ, ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଜଣେ କର୍ମଚାରୀ ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁଙ୍କୁ ବକେୟା ଦରମା ଦେବାକୁ ବାରମ୍ବାର ନିବେଦନ କରିବା ପରେ ସେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ । ପରେ ସେ ୪୦ ହଜାର ଟଙ୍କା ଦେଲେ ବକେୟା ଦରମା କରାଇ ଦେବେ ବୋଲି କହିଥଲେ। ଏହି ଘଟଣାରେ ବୈପାରୀଗୁଡ଼ା ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଫାର୍ମାସିଷ୍ଟ ମଧ୍ୟସ୍ଥତା କରିଥିଲେ।
ପୂର୍ବ ଯୋଜନା ମୁତାବକ ଆଜି ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଅଭିଯୋଗକାରୀଙ୍କ ଠାରୁ ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କଠାରୁ ୪୦ ହଜାର ଟଙ୍କା ବି ଜବତ କରିଛି।