ଆସନ୍ତା ୨୪ରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
ଭୁବନେଶ୍ବର (ସଂକେତ ଟିଭି): ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ କରାଯିବ। ସୁନ୍ଦରଗଡରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଏହି ଟଙ୍କା ପ୍ରଦାନ କରାଯିବ। ୨୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଏହି ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ଆଜି ସୂଚନା ଦେଇଛନ୍ତି ।
ସୁଭଦ୍ରା ଯୋଜନାରେ ୨ଟି ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି । ଆସନ୍ତା ନଭେମ୍ବର ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୨୪ ତାରିଖ ଦିନ ସୁନ୍ଦରଗଡ଼ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ଡିସେମ୍ବରରେ ଚର୍ତୁଥ ପର୍ଯ୍ୟାୟ ଟଙ୍କା ମିଳିବ । ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କୁ ରାଜ୍ୟ ସରକାର ସୁଭଦ୍ରା ଟଙ୍କା ଯୋଗାଇ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ସୂଚନା ଅନୁଯାୟୀ, ଏଯାବତ୍ ୨ ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ରିଜେକ୍ଟ ହୋଇଛି। ବିଭିନ୍ନ ତ୍ରୁଟି କାରଣରୁ ଆବେଦନ ପତ୍ର ରିଜେକ୍ଟ ହୋଇଛି। ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି। ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟରେ ମିଳିବ। ସଂଶୋଧନ କରିବାରେ ବିଳମ୍ବ ହେଲେ, ୪ର୍ଥ ପର୍ଯ୍ୟାୟରେ ପ୍ରଦାନ କରାଯିବ। ଜଣେ ବି ଯୋଗ୍ୟ ହିତାଧିକାରୀ ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।