ଆସନ୍ତା ୧୫ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ବର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ। ଏ ନେଇ ରାଉରକେଲାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଯୋଗ ଦେବେ । ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଜନଜାତି ଲୋକଙ୍କ ପାଇଁ ଗୌରବର ବିଷୟ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ଅବସରରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ । ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ଏ ବର୍ଷ ଜନଜାତି ଗୌରବ ବର୍ଷ ପାଳନ କରାଯିବ । ଆସନ୍ତା ୧୫ ତାରିଖରେ ଆଦିବାସୀଙ୍କ ଅଧିକାର । ପେଶା ଆଇନ, ଜଙ୍ଗଲ ଅଧିକାର ଆଇନରୁ ଜନଜାତି ଯେଉଁଭଳି ବଞ୍ଚିତ ହେଉଛନ୍ତି, ବିଭିନ୍ନ ସମୟରେ ନିର୍ଯାତିତ ହେଉଛନ୍ତି, ଏହାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବର ସହ ନେଇଛନ୍ତି । ଓଡ଼ିଶାରେ ଯେଉଁ ୩୩ ରୁ ୩୪ ପ୍ରତିଶତ ଜନଜାତି ଲୋକ ଅଛନ୍ତି, ତାଙ୍କର କିଭଳି ବିକାଶ ହେବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତତ୍ପର ଅଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ଲାଗି ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବାକୁ ଭୁବନେଶ୍ବର ଆସିଥିଲେ।