FeaturedHealthLatestNews

ବଦଳିଲା ନର୍ସଙ୍କ ଡ୍ରେସ୍ କୋଡ୍, ୟୁନିଫର୍ମରେ ରହିବ ସମ୍ବଲପୁରୀ ଡିଜାଇନ୍

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ନର୍ସଙ୍କ ୟୁନିଫର୍ମ କରିବର୍ତ୍ତନ ହୋଇଛି। ଏଣିକି ନର୍ସଙ୍କ ୟୁନିଫର୍ମରେ ସମ୍ବଲପୁରୀ ଛିଟା ରହିବ। ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲକ।ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ। ସିନିୟର୍ ନର୍ସିଂ ଅଫିସର ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ । ଏଥିସହିତ ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ସିୟାନ୍‌ ବ୍ଲୁ ରଙ୍ଗର ପୋଷାକ ପିନ୍ଧିବେ। ଏଥି ସହିତ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ରଙ୍ଗର ପୋଷାକ ପିନ୍ଧିବେ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି।