LatestNews

ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ପାରିବେ ସରକାରୀ ମହିଳା କର୍ମଚାରୀ

ଭୁବନେଶ୍ବର (ସଂକେତ ଟିଭି): ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ଛୁଟି । ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । । ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ଯାଏଁ ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ପାରିବେ । ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ । ଅଣ-ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।