ପୂର୍ବତନ ସରପଞ୍ଚଙ୍କୁ ହତ୍ୟା: ବିଲରୁ କ୍ଷତାକ୍ତ ମୃତଦେହ ଉଦ୍ଧାର
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଚିତ୍ତରଞ୍ଜନ ରାଉତ ବନ୍ଧଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସହ ବର୍ତ୍ତମାନ ଆମ୍ବରୋଳି ସେବା ସମବାୟ ସମିତିର ସଭାପତି ଥିଲେ।
ସୂଚନା ଅନୁସାରେ, ଚିତ୍ତରଞ୍ଜନ ଗତକାଲି ପଡୋଶୀ ଗାଁରେ ଅଷ୍ଟମ ପ୍ରହରୀକୁ ଯାଇ ଫେରିନଥିଲେ। ସକାଳୁ ଘରଠାରୁ କିଛି ଦୂରରେ ଥିବା ବିଲର ଏକ ନାଳରୁ ତାଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୁଣ୍ଡର ପଛ ପଟେ ଗଭୀର କ୍ଷତ ରହିଛି । ଏନେଇ ତାଙ୍କୁ କେହି ରାଜନୈତିକ ଶତୃତା କାରଣରୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଁଚି ସାଇଣ୍ଟିଫିକ୍ ଟିମ୍ ସହିତ ତଦନ୍ତ ଆରମ୍ଭ କରିଛି । ସେପଟେ ମୃତକଙ୍କ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।