ଏଣିକି ୭ ବର୍ଷ ପରେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର
ଭୁବନେଶ୍ୱର (ସଂକେତ ଟିଭି): ଏଣିକି ୭ ବର୍ଷ ପରେ ଜଣେ ପୋଲିସ ସବ୍- ଇନିସ୍ପେକ୍ଟର ହୋଇପାରିବେ ଇନ୍ସପେକ୍ଟର। ରାଜ୍ୟ ସରକାର ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ କମାଇ ଦେଇଛନ୍ତି। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍ଆଇ ଇନ୍ସପେକ୍ଟର ହେଉଥିଲେ। ଏବେ ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହା ୱାନ-ଟାଇମ ବୋଲି ବଜ୍ଞପ୍ତିରେ ଲେଖାଯାଇଛି। ଅର୍ଥାତ ଚଳିତ ବର୍ଷ ପାଇଁ ଏହି ସବଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମକୁ କୋହଳ କରାଯାଇଛି।