FeaturedLatestNews

ବୃଦ୍ଧାଙ୍କୁ ଝୁଣି ମାରି ଦେଲା ବୁଲା କୁକୁର

ବାଲେଶ୍ବର(ସଂକେତ ଟିଭି): ବୃଦ୍ଧାଙ୍କୁ ଝୁଣି ମାରି ଦେଲା ବୁଲା କୁକୁର । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜୟରାମପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ବୃଦ୍ଧା ହେଲେ ଜୟରାମପୁର ଗାଁର ବାସନ୍ତୀ ସାହୁ ।

ସୂଚନା ଅନୁସାରେ, କାର୍ତ୍ତିକ ବ୍ରତ ପାଇଁ ପରିବାର ଲୋକେ ପୁଜାର୍ଚ୍ଚନା କରିବା ପାଇଁ ଯାଇଥିବା ବେଳେ ଘରେ ବାସନ୍ତୀ ଏକା ଥିଲେ। ଏକା ଥିବା ବେଳେ ଗୋଟିଏ ପାଗଳ କୁକୁର ତାଙ୍କୁ ଆକ୍ରମଣ କରିଥିଲା। ବାସନ୍ତୀଙ୍କୁ ଝୁଣି ଝୁଣି ମାରିବା ସହିତ ଦେହକୁ କୁକୁରଟି ଖାଇଯାଇଛି । ସ୍ଥାନୀୟ ଲୋକେ ପହଞ୍ଚି କୁକୁର ପଲକୁ ଘଉଡ଼ାଇବା ସହିତ ଗୋଟିଏ କୁକୁରକୁ ପିଟି ପିଟି ମାରି ଦେଇଥିବା ଜଣାପଡିଛି ।