ମହାରାଷ୍ଟ୍ରରୁ ଆସିଲା ଆଉ ଏକ ବାଘୁଣୀ ଜୀନତ୍, ରଖାଗଲା ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ
ବାରିପଦା (ସଂକେତ ଟିଭି): ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଥିବା ବାଘୁଣୀ ଜିନତ୍ କୁ ଆଜି ସକାଳ ୯ଟାରେ ବାଘୁଣୀ ଜିନତକୁ ଏନକ୍ଲୋଜରକୁ ଛଡାଯାଇଛି । ଯମୁନାକୁ ଛଡାଯାଇଥିବା ଏନକ୍ଲୋଜରରେ ବାଘୁଣୀ ଜିନତ୍କୁ ଛଡାଯାଇଛି । ଜିନତ୍ର ବୟସ ୩ ବର୍ଷ ।
ସୂଚନା ଅନୁସାରେ, ବନ ବିଭାଗର ସ୍ବତନ୍ତ୍ର ଗାଡ଼ିରେ ଗୁରୁବାର ଜିନତ ଶିମିଳିପାଳରେ ପହଞ୍ଚିଥିଲା। ୧୩ ନଭେମ୍ବରରୁ ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ବାଘୁଣୀକୁ ରାୟପୁର, ସମ୍ବଲପୁର, ଯଶିପୁର ଦେଇ ଶିମିଳିପାଳକୁ ଅଣାଯାଇଛି । ଗତ ୧୩ ତାରିଖ ଅପରାହ୍ନରେ ତାବୋଡା ଠାରେ ତାକୁ ନିଶ୍ଚେତକ ଦିଆଯାଇ ଧରାଯିବା ପରେ ୯୦୦କିମି ଯାତ୍ରା କରାଇ ଗୁରୁବାର ରାତି ୧୦ଟାରେ ଶିମିଳିପାଳର ଗୁଡୁଗୁଡ଼ିୟା ଠାରେ ପହଞ୍ଚିଥିଲା । ଆଜି ବାଘୁଣୀକୁ ସ୍ପେଶାଲ ଏନକ୍ଲୋଜରରେ ଛଡ଼ାଯାଇଛି। ପୂର୍ବରୁ ଯମୁନାକୁ ୧୫ ଦିନ ଲାଗି ଯେଉଁ ଏନକ୍ଲୋଜରରେ ରଖାଯାଇଥିଲା, ଏବେ ଜୀନତକୁ ମଧ୍ୟ ସେହିଠାରେ ଛଡାଯାଇଛି । କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସ ଟି ଆର୍ ପକ୍ଷରୁ ସୂଚନା ମିଳିଛି। କିଛି ଦିନ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିଲା। ଯମୁନା ଏବେ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଶିକାର କରୁଥିବା ଦେଖିବାକୁ ମିଳିଛି।