BusinessFeaturedLatestNews

ବିଏସଏନଏଲ ଲଞ୍ଚ କଲା ଭାରତର ପ୍ରଥମ ସାଟେଲାଇଟ-ଟୁ-ଡିଭାଇସ ସର୍ଭିସ

ନୂଆଦିଲ୍ଲୀ (ସଂକେତ ଟିଭି): ବିଏସଏନଏଲ ଦେଶରେ ପ୍ରଥମ ଥର ସାଟେଲାଇଟ-ଟୁ-ଡିଭାଇସ ସର୍ଭିସ ଆରମ୍ଭ କରିଛି । ଏହା ଦ୍ବାରା ଦେଶର ସବୁଠୁ ଦୁର୍ଗମ ଅଞ୍ଚଳରେ ମଧ୍ୟ କନେକ୍ଟିଭିଟି ପ୍ରଦାନ କରାଯାଇପାରିବ । ଏହି ସର୍ଭିସ୍ ଆମେରିକୀୟ କମ୍ପାନୀ ଭାୟାସାଟ୍ କୋଲାବରେସନରେ ଆରମ୍ଭ କରାଯିବ। ଦୂର ସଞ୍ଚାର ବିଭାଗ (ଡିଓଟି) ପକ୍ଷରୁ ଏହି ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ଆଜି ବି ଭାରତର ଏପରି ଅନେକ ଅଞ୍ଚଳ ଅଛି ଯେଉଁଠାକୁ କୌଣସି ମୋବାଇଲ ନେଟୱାର୍କ ପହଞ୍ଚି ପାରୁନାହିଁ। ଏଥି ପାଇଁ ଏହି ସବୁ ଅଞ୍ଚଳରେ ବସବାସ କରୁଥିବା ଲୋକେ ମୋବାଇଲ ସେବାରୁ ବଞ୍ଚିତ ହେଉଛନ୍ତି । ଲୋକଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ବିଏସଏନଏଲ ଭାରତରେ ପ୍ରଥମ ଥର ସାଟେଲାଇଟ-ଟୁ-ଡିଭାଇସ୍ ସର୍ଭିସ ଉପଲବ୍ଧ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ଲୋକେ ବିନା ଫୋନ ନେଟୱାର୍କରେ ବି ଟେଲିକମ କନେକ୍ଟିଭିଟି ବ୍ୟବହାର କରିପାରିବେ।

ବିଏସଏନଏଲ ଅନୁସାରେ ସାଟେଲାଇଟ-ଟୁ-ଡିଭାଇସ ସର୍ଭିସର ପରୀକ୍ଷଣ ଶେଷ ହୋଇଛି । ଡିଓଟି ଏ ନେଇ ଏକ୍ସ ରେ ଘୋଷଣା କରି କହିଛି ଯେ ବିଏସଏନଏଲର ଏହି ସାଟେଲାଇଟ ନେଟୱାର୍କ ୟୁଜରଙ୍କୁ ଏମାର୍ଜେନ୍ସୀ କଲସ୍, ଏସଓଏସ୍ ମ୍ୟାସେଜ ଓ ୟୁପିଆଇ ପେମେଣ୍ଟରେ ମଧ୍ୟ ସହାୟତା କରିବ। ତେବେ ଏହି ସୁବିଧା ସ୍ୱଭାବିକ କଲ ଓ ଏସଏମଏସ ପାଇଁ ଉପଲବ୍ଧ ହେବ କି ନାହିଁ ସେ ନେଇ କମ୍ପାନୀ କିଛି କହି ନାହିଁ।