ଦିନକରେ ୬୬ ଜଣ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ଗୃହ ବିଭାଗ ଗୋଟିଏ ଦିନରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି । ଶନିବାର ଦିନ ଯୁଗ୍ମ ସଚିବ, ଉପସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍ ନିତ୍ୟାନନ୍ଦ ସିଂଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବଦଳି କରାଯାଇଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗରେ କାର୍ଯ୍ୟରତ ଆଇଏଏସ୍ ସୁନାରାମ ମୁର୍ମୁଙ୍କୁ ଲୋକ ସମ୍ପର୍କ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ ଶ୍ରୀକାନ୍ତ ନାୟକଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ବଦଳି କରାଯାଇଛି। ଆଇଏଏସ୍ ନବୀନ ଚନ୍ଦ୍ର କୁମ୍ରାଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରୁ ଗୃହ ବିଭାଗକୁ ବଦଳି କରାଯାଇଛି।