FeaturedLatestNews

ଓଡିଶା ପୋଲିସ୍‌ ହାଉସିଂ ୱେଲଫର୍‌ କର୍ପୋରେସନର ଡିଜିଏମଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର (ସଂକେତ ଟିଭି): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ପୋଲିସ୍‌ ହାଉସିଂ ୱେଲଫର୍‌ କର୍ପୋରେସନ୍‌(DGM) ବ୍ରହ୍ମପୁର ଡିଭିଜନ୍‌ର ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି। ସୁବାଷଙ୍କ ଭୁବନେଶ୍ୱର ମହାଦେବ ବିହାର ସ୍ଥିତ ନିଜ ଘର, ଭୁବନେଶ୍ୱର ବରମୁଣ୍ଡାରେ ଥିବା ଘର ସମେତ ବ୍ରହ୍ମପୁର ମେଡିକାଲ ବ୍ୟାଙ୍କ କୋଲନୀରେ ଥିବା କାର୍ଯ୍ୟାଳୟ ଓ ବ୍ରହ୍ମପୁର ଖାରବେଳ ନଗର ପ୍ରଥମ ଲାଇନରେ ଥିବା ଭଡ଼ା ଘରେ ଏହି ରେଡ୍ ଚାଲିଛି । ଏହି ରେଡ୍ ରେ ୫ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ଅଧିକାରୀ ସାମିଲ ରହିଛନ୍ତି।