CrimeLatestNews

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ

ଢେଙ୍କାନାଳ (ସଂକେତ ଟିଭି): ଆୟବହିର୍ଭୁକ୍ତ ସଂପତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି । ଭିଜିଲାନ୍ସ ଟିମ୍ ଏକାକାଳୀନ ୧୦ଟି ସ୍ଥାନରେ ରେଡ କରୁଛି । ଏହି ରେଡ୍ ରେ ଦଶ ଜଣ ଡ଼ିଏସପି ଓ ତିନି ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ, ନାରାୟଣ ଚନ୍ଦ୍ରଙ୍କ ନାମରେ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିଲା। ଯାହା ପରେ ଆଜି ଭିଜିଲାନ୍ସ ଟିମ୍‌ ଏହି ଚଢାଉ କରୁଛି । ତାଙ୍କର ଭୁବନେଶ୍ୱର ଝାରପଡାସ୍ଥିତ ଦୁଇଟି ତିନି ମହଲା ଘର, ଭଦ୍ରକ କୁଆଁସରେ ଥିବା ତିନିମହଲା ଘର, ଭଦ୍ରକ ଗେଲପୁରରେ ଥିବା ଦୁଇ ମହଲା ଘର, ଭଦ୍ରକ କପାଗାଡ଼ିଆ ସ୍ଥିତ ପୈତୃକ ବାସଭବନରେ ଚଢାଉ ହୋଇଛି। ଏଥିସହ ଭଦ୍ରକ ବାରୁଆଣିରେ ଥିବା ସମ୍ପର୍କୀୟଙ୍କ ଘର, ଭଣ୍ଡାରିପୋଖରୀ ଓ ମୟୁରଭଞ୍ଜ ଧଳପୁରସ୍ଥିତ ସହଯୋଗୀଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ତେବେ ଏହି ଚଢାଉ ସମୟରେ ତାଙ୍କର ବିପୁଳ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ବରରେ ତାଙ୍କର ୩ ମହଲା, ଭଦ୍ରକରେ ୩ ମହଲା ଓ ୨ ମହଲା କୋଠା ଠାବ ହୋଇଛି । ସେହିପରି ଭୁବନେଶ୍ବରରେ ୬, ଭଦ୍ରକରେ ୬ ଏବଂ ପିପିଲିରେ ଗୋଟିଏ ପ୍ଲଟ ଠାବ କରାଯାଇଛି । ଏହା ସହିତ ତାଙ୍କ ଘରୁ ୨୫୦ ଗ୍ରାମ୍‌ ସୁନା ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ଠାବ କରାଯାଇଛି ।