ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ସୋନପୁର (ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ଜିଲ୍ଲା ଯୋଗାଣ ଓ ଖାଉଟ୍ କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର,କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ ବରଗଡ଼ର ୧୧ଟି ସ୍ଥାନରେ ଏହି ରେଡ୍ କରାଯାଇଛି।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢାଉ କରାଯାଇଛି । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଛି। ଚଢ଼ାଉ ବେଳେ ପୁଳା ପୁଳା ସୁନା ଅଳଙ୍କାର ଓ ଜମିବାଡ଼ି କାଗଜ ପତ୍ର ଭିଜିଲାନ୍ସ ଜବତ କରିଥିବା ଜଣାଯାଇଛି। ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସଠିକ୍ ସୂଚନା ମିଳିନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।