LatestNews

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା, ସାମିଲ ହେବେ ଅଙ୍ଗନଓ୍ବାଡି କର୍ମୀ

ଭୁବନେଶ୍ୱର (ସଂକେତ ଟିଭି): ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ଘୋଷଣା କରିଛନ୍ତି। ଆଗାମୀ ଦିନରେ ପ୍ରଦାନ ହେବାକୁ ଥିବା ତୃତୀୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କର ଆବେଦନ ପତ୍ର ଯାଞ୍ଚ ସରିଛି ବୋଲି ସେ କହିଛନ୍ତି।

ସୁଭଦ୍ରା ଯୋଜନା ଲାଗି ଆବେଦନ କରି ବାଦ୍‌ ପଡିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଗୁରୁବାର ସନ୍ଧ୍ୟା‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଆସନ୍ତା ନଭେମ୍ବର ୨୪ ତାରିଖରେ ୮୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ।
ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଆବେଦନାକୀରଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷରେ ପହଞ୍ଚିଲାଣି।

ସେହିପରି ପାଞ୍ଚ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟର ମିସ ମ୍ୟାଚ ଥିଲା । ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି । ଫଳରେ ସୁଭଦ୍ରା ଟଙ୍କା ପ୍ରଦାନରେ ସମସ୍ୟା ହେଉଛି । ସିଙ୍ଗଲ ଅକାଉଣ୍ଟ କରିବାକୁ ହିତାଧିକାରୀଙ୍କୁ ଅପିଲ କରୁଛି । ମୋବାଇଲ ନମ୍ବର, ଆଧାର ନମ୍ବର ଓ ଆକାଉଣ୍ଟ ଗୋଟିଏ ହୋଇଥିଲେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଛନ୍ତି । ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଅନ୍ୟାନ୍ୟ ସମସ୍ୟା ଥିଲେ ଫିଜିକାଲ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।