CrimeFeaturedLatestNews

ଏସବିଆଇ ଏଟିଏମ ଭାଙ୍ଗି ଲୁଟ୍, ସମାନ ଏଟିଏମରୁ ତିନି ଥର ଚୋରୀ ଅଭିଯୋଗ

ସୋର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ବଜାର ସ୍ଥିତ ଏସବିଆଇ ଏଟିଏମରୁ ଗତକାଲି ରାତିରେ ଚୋରି ହୋଇଥିବା ଜଣାପଡିଛି। ଦୁର୍ବୁତ୍ତମାନେ ଏଟିଏମ ଭାଙ୍ଗି ଟଙ୍କା ନେଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଦିନକୁ ଦିନ ଚୋର ମାନଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଚୋରମାନେ ଆଉ ପୋଲିସକୁ ଡରୁନଥିବା ଚର୍ଚ୍ଚା ହେଉଛି। ଗତ ଚାରିଦିନ ମଧ୍ୟରେ ସୋରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବେଳେ ପୋଲିସର ହାତ ଅଦ୍ୟାବଧି ଖାଲି ପଡ଼ିଛି। ଗତ ୧୭ ତାରିଖରେ ଟ୍ରେଜେରୀ କଲୋନିରୁ ସିରିଜି ଚୋରି ହୋଇଥିବା ବେଳେ ଗତ ୧୯ ତାରିଖ ରାତିରେ ଉତ୍ତରେଶ୍ୱର ବସଷ୍ଟାଣ୍ଡ ନିକଟସ୍ଥ ଏକ ଗ୍ରୋସେରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମେତ ନଗଦ ଟଙ୍କା ଚୋରି ହୋଇଥିଲା।

ଗତକାଲି ରାତିରେ ଲିଙ୍ଗପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ଚୋରି ହୋଇଥିବା ବେଳେ ସବିରା ବଜାର ସ୍ଥିତ ଏସବିଆଇ ଏଟିଏମରୁ ଚୋରି ହୋଇଥିବା ଜଣାପଡିଛି। ପୂର୍ବରୁ ଏହି ଏଟିଏମ ତିନିଥର ଚୋରି ହୋଇଥିବା ବେଳେ ଗତକାଲି ଦୁର୍ବୁତ୍ତମାନେ ଏଟିଏମ ଭାଙ୍ଗି ଟଙ୍କା ନେଇଥିବା ଜଣାପଡିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡିନାହିଁ। ତେବେ ସୋର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାଗାରେ ପୋଲିସର ନିଷ୍କ୍ରିୟତା ଓ ଚୋର ମାନଙ୍କର ସକ୍ରିୟତା ଲୋକଙ୍କ ମନରେ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ଦୁର୍ବୁତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବାରୁ ସୋର ଅଂଚଳରେ ଚୋରି ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।