LatestNews

ଗୋ-ସୁରକ୍ଷା ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଠନ ହେଲା କମିଟି

ଭୁବନେଶ୍ବର (ସଂକେତ ଟିଭି): ଗୋ-ସୁରକ୍ଷା ଓ ଗୋ-ରକ୍ଷା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ କ୍ୟାବିନେଟ୍ ମନ୍ତ୍ରୀ ଓ ପୋଲିସ DGଙ୍କୁ ନେଇ ଗୋ-ସୁରକ୍ଷା ପାଇଁ କମିଟି ଗଠନ ହୋଇଛି ।

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ପଂଚାୟତରାଜି ମନ୍ତ୍ରୀ ରବି ନାୟକ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ ଓ ପୋଲିସ DGଙ୍କୁ ନେଇ କମିଟି ଗଠିତ ହୋଇଛି । ଗୋ-ଚାଲାଣ, ଗୋ-ସୁରକ୍ଷା ସହ ରାସ୍ତାରେ ଘଟୁଥିବା ଦୁର୍ଘଟଣା ଓ ଚିକିତ୍ସା ବାବଦରେ ଏହି କମିଟି କାର୍ଯ୍ୟ କରିବ । ଗୋ-ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ ଅନୁମୋଦନ କରାଯାଇଛି।