EducationFeaturedLatestNews

୩ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ବଢିଲା କାର୍ଯ୍ୟକାଳ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ୩ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ସେମାନଙ୍କ କାର୍ଯ୍ଯକାଳକୁ କୁଳାଧିପତି ଆଉ ୬ ମାସ ବଢାଇଛନ୍ତି । ସେହି ବିଶ୍ବବିଦ୍ୟାଳୟ ଗୁଡ଼ିକ ହେଉଛି, ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ବିଶ୍ଵବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ । ତେବେ ଏହି ତିନୋଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଏଇ ମାସରେ ସରୁଥିଲା କାର୍ଯ୍ୟକାଳ । ୨୦୨୦ ମସିହା ନଭେମ୍ବର ୨୩ ତାରିଖରେ ରାଜ୍ୟପାଳ ତଥା କୁଳାଧିପତି ରାଜ୍ୟର ଏକ ସଙ୍ଗରେ ୬ଟି ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି କରିଥିଲେ ।

ସେମାନେ ହେଉଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳପତି ଏନ୍‌ ନାଗରାଜୁ । ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର କୁଳପତି କିଶୋର ବାସା ଏବଂ ଖଲ୍ଲୀକୋଟ ବିଶ୍ଵବିଦ୍ୟାଳୟର କୁଳପତି ଭାବେ- ପ୍ରଫୁଲ୍ଲ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା।