ମହାରାଷ୍ଟ୍ରରେ ବିପୁଳ ବିଜୟ ଅଭିମୁଖେ ବିଜେପି ନେତୃତ୍ବାଧୀନ ଏନଡିଏ
ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଧାରାରେ ବଡ଼ ପରିବର୍ତ୍ତନ ଆସିଥିଲା। ମହାରାଷ୍ଟ୍ରରେ ଏନଡିଏ ସୁନାମି ଦେଖାଦେଇଥିଲା ।
ମହାରାଷ୍ଟ୍ରର ୨୨୦ଟି ଆସନରେ ବିଜେପି ନେତୃତ୍ବାଧୀନ ମହାୟୁତି ଆଗରେ ରହିଛି। ଅପରପକ୍ଷରେ କଂଗ୍ରେସ ସହଯୋଗୀ ଇଣ୍ଡିଆ ମେଣ୍ଟ ୫୫ଟି ଆସନରେ ଆଗରେ ରହିଛି। ମହାରାଷ୍ଟ୍ରରେ ମହାରାଷ୍ଟ୍ରରେ ବିଜେପି ୧୩୧ଟି ଆସମରେ ଆଗୁଆ ରହି ରେକର୍ଡ ମୁହାଁ ହୋଇଛି। ସେହପରି ଶିବସେନା (ସିଣ୍ଡେ) ଦଳ ୫୫ଟି ସିଟ୍ ରେ ଆଗୁଆ ରହିଛି । ଏନସିପି ୪୧ ଓ ଶିବସେନା (ଉଦ୍ଧବ ଗୋଷ୍ଠୀ) ୨୧ଚି ଆସନରେ ଆଗୁଆ ରହିଛନ୍ତି । କଂଗ୍ରେସ ୧୭ ଓ ଏନସିପି (ଶରଦ ପାଓ୍ବାର) ୧୦ଟି ଆସନରେ ଆଗୁଆ ରହିଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଆଘାଡି ପଛରେ ରହିଥିବାରୁ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ କିଛି ଭୁଲ ହୋଇଛି। ଏହା ଲୋକଙ୍କ ମତ ନୁହେଁ । ଏହି ନିଷ୍ପତ୍ତି ଜନସାଧାରଣଙ୍କ ନିଷ୍ପତ୍ତି ନୁହେଁ। ଦୁଇ ଦିନ ପୂର୍ବରୁ ଆଦାନୀଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ଏଥିରେ ବିଜେପିର ଷଡ଼ଯନ୍ତ୍ର ପଦାରେ ପଡ଼ିଥିଲା। ତାଙ୍କ ପାଇଁ ଏସବୁ କରାଯାଇଛି। ମୁମ୍ବାଇ ଗୌତମ ଆଦାନୀଙ୍କ ପକେଟକୁ ଯାଉଛି। ଆମେ ମହାରାଷ୍ଟ୍ରର ଲୋକଙ୍କ ମନକଥା ଜାଣିଥିଲୁ। ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନୋଟ୍ ମେସିନ୍ ସ୍ଥାପନ କରାଯାଇଥିଲା। ରାଜ୍ୟର ସରକାର ଅସାଧୁ କିନ୍ତୁ ଜନସାଧାରଣଙ୍କର ନୈତିକତା ରହିଛି ବୋଲି କହିଛନ୍ତି।
ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ନେତା ସୁପ୍ରିଆ ଶ୍ରୀନେତ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆମର ଆଶାର ବିପରୀତ ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ଭଲ କରିପାରିଥାନ୍ତୁ। ଏଥି ସହିତ ଆମେ ଝାଡଖଣ୍ଡରେ ଭଲ ପ୍ରଦର୍ଶନ କରିଥିବାରୁ ଖୁସି। ରାଜ୍ୟରେ ସରକାର ପୁଣି କ୍ଷମତାକୁ ଫେରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ନିର୍ବାଚନ ଆମ ପାଇଁ ନୈରାଶ୍ୟ ଜନକ ରହିଛି ବୋଲି ସେ କହିଛନ୍ତି।