FeaturedGeneralLatestPolitics

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ :  ଜେଏମଏମ ଆଗରେ 

ରାଞ୍ଚି (ସଂକେତ ଟିଭି): ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡରେ ଝାଡଖଣ୍ଡରେ ହେମନ୍ତ ସୋରେନ ମେଣ୍ଟକୁ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଝାଡଖଣ୍ଡର ୮୧ଟି ସିଟ ମଧ୍ୟରୁ ଇଣ୍ଡିଆ ମେଣ୍ଟ ଆଗରେ ରହିଛି। ଏଥିମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବା ଜେଏମଏମ ୩୫ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୬ ଆସନରେ ଆଗୁଆ ରହିଛି । ସେହିପରି ବିଜେପି ୨୦ଟି ଆସନରେ ଆଗୁଆ ଥିବା ଜଣାପଡିଛି । ଝାଡ଼ଖଣ୍ଡରେ ୬୮.୯୫ ପ୍ରତିଶତ ମତଦାନ ହୋଇଥିଲା।

ରାଜନୈତିକ ବିଶେଷଜ୍ଞଙ୍କନୁସାରେ ବିଜେପିର କୌଣସି ଚେହେରା ତୃଣମୂଳ ସ୍ତରରେ ଦୃଢ ନ ଥିଲେ। ପାର୍ଟିରେ ସିଏମ ମୁହଁର ଦୁଇଟି ଫ୍ରଣ୍ଟ୍ରନର୍ସ (ବାବୁ ଲାଲ ମାରାଣ୍ଡି ଏବଂ ଚମ୍ପାଇ ସୋରେନ) ରହିଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ଚମ୍ପାଇ ବିଜେପିରେ ଯୋଗ ଦେଇଥିଲେ।

ଆକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁଯାୟୀ ହେମନ୍ତଙ୍କ ଲୋକପ୍ରିୟତା ଝାଡଖଣ୍ଡର ଚମ୍ପାଇ ଏବଂ ବାବୁ ଲାଲଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଥିଲା। ଏହି ସର୍ଭେରେ ୪୧ ପ୍ରତିଶତ ଲୋକ ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଥିଲେ। ଏହାର ତୁଳନାରେ, ଚମ୍ପାଇଙ୍କୁ ୭ ପ୍ରତିଶତ ଲୋକ ଏବଂ ମାରାଣ୍ଡିଙ୍କୁ ୧୩ ପ୍ରତିଶତ ଲୋକ ପସନ୍ଦ କରିଥିଲେ।