LatestNews

ଅର୍ଚ୍ଚନା ରଥଙ୍କ ଗଳ୍ପ ପୁସ୍ତକ ‘ଅମୃତର ସନ୍ଧାନ’ ଉନ୍ମୋଚିତ

ବାଲେଶ୍ବର (ସଂକେତ ଟିଭି): ଗାଳ୍କିକା ଅର୍ଚ୍ଚନା ରଥଙ୍କର ଦ୍ବିତୀୟ ଗଳ୍ପ ପୁସ୍ତକ ‘ଅମୃତର ସନ୍ଧାନ’ ରବିବାର ଉନ୍ମୋଚିତ ହୋଇଯାଇଛି । ବାଲେଶ୍ବର ସହରର ଶାନ୍ତିକାନନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ପୁଷ୍ପଲତା ଦେବୀ ଓ ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ମିଳିତ ଭାବେ ପୁସ୍ତକ ଟିକୁ ଉନ୍ମୋଚନ କରିଥିଲେ। ଫକୀର ମୋହନ ସାହିତ୍ୟ ପରିଷଦ ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ଏଥିରେ ପୌରୋହିତ୍ୟ କରିବା ସହ ସ୍ବର୍ଗତ କବି ବ୍ରଜନାଥ ରଥଙ୍କ ଆଶୀର୍ବାଦ ହିଁ ପତ୍ରୁ ବଧୂ ଅର୍ଚ୍ଚନାଙ୍କୁ ସାରସ୍ବତ ସାଧନା ଦିଗରେ ଆଗେଇ ନେଇଛି ବୋଲି କହିଥିଲେ।

ଅନୁଷ୍ଠାନର ସମ୍ପାଦକ ଡ. ରତ୍ନାକର ସିଂହ ପ୍ରାକ୍ ସୂଚନା କ୍ରମରେ ଅର୍ଚ୍ଚନା ରଥଙ୍କର ଦ୍ବିତୀୟ ଗଳ୍ପ ସଙ୍କଳନ ଏକ ସାର୍ଥକ ସୃଷ୍ଟି ବୋଲି କହିଥିଲେ। ଲେଖକୀୟ ଅଭିଭାଷଣ ଦେଇ ଲେଖିକା ଅର୍ଚ୍ଚନା ରଥ କହିଥିଲେ, ମୋ ଜୀବନର ଅନୁଭବକୁ ମୁଁ ଗଳ୍ପ ମାଧ୍ୟମରେ ପ୍ରକାଶ ପାଇଁ ପ୍ରୟାସ କରିଛି । କବି କାଳୀକିଙ୍କର ଦାସ ଓ ଡ. ଶିରୀଶ ଚନ୍ଦ୍ର ଜେନା ପୁସ୍ତକଟିକୁ ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମନାଥ ରଥ ମଞ୍ଚ ଆମନ୍ତ୍ରଣ କରିଥିବାବେଳେ ବହ୍ମିମାନ ରଥ ପ୍ରାରମ୍ଭକ ସଙ୍ଗୀତ ଗାନ କରିଥିଲେ। ବ୍ୟୋମନାଥ ରଥ ଧନ୍ୟବାଦ ଦେଇଥିଲେ।