ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ହରାଇଲା ଭାରତ
ପର୍ଥ (ସଂକେତ ଟିଭି): ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଛି। ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଅଧିନାୟକ ଯଶପ୍ରୀତ୍ ବୁମ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଛି।
ପ୍ରଥମ ଟେଷ୍ଟର ଦ୍ବିତୀୟ ପାଳିରେ ଯଶସ୍ୱୀ ଜୟସ୍ୱାଲ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ଅଷ୍ଟ୍ରେଲିଆକୁ ୫୩୪ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଜୟସ୍ୱାଲ ୧୬୧ ଓ କୋହଲି ଅପରାଜିତ ୧୦୦ ରନ୍ କରିବା ପରେ ଭାରତ ୬ ୱିକେଟ ହରାଇ ୪୮୭ ରନ୍ରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଜବାବରେ ୫୩୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଗତକାଲି ମାତ୍ର ୧୨ ରନ୍ରେ ୩ ୱିକେଟ ହରାଇଥିଲା। ତେବେ ଆଜି ଚତୁର୍ଥ ଦିନରେ ଅବଶିଷ୍ଟ ୱିକେଟ୍ ହରାଇ ୨୨୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଏହି ମ୍ୟାଚକୁ ଭାରତ ୨୯୫ ରନର ବିଶାଳ ବ୍ୟବଧାନରେ ଜିତିନେଇଥିଲା । ଏହି ଟେଷ୍ଟମ୍ୟାଚରେ ସମୁଦାୟ ଆଠଟି ଓ୍ବିକେଟ ହାସଲ କରିଥିବା ଯଶପ୍ରୀତ୍ ବୁମ୍ରାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ଘୋଷଣା କରାଯାଇଛି ।