CrimeFeaturedLatestNews

ଭଦ୍ରକ ସହରର ୪ ମନ୍ଦିରରୁ ତାଲାଭାଙ୍ଗି ସିରିଜ୍ ଚୋରି 

ଭଦ୍ରକ(ସଂକେତ ଟିଭି): ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନସ୍ତ ନୁଆସାହି ଗ୍ରାମରେ ଗୋଟିଏ ରାତିରେ ୪ଟି ମନ୍ଦିରରେ ଚୋରୀ ହୋଇଛି । ସୂଚନା ଅନୁସାରେ, ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୮ନଂ ୱାର୍ଡର ଗରଦପୁର ନୂଆସାହିରେ ଥିବା ୪ଟି ମନ୍ଦିରରୁ ସିରିଜ ଚୋରି ହୋଇଛି। ଗାଁର ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିରରୁ ବହୁ ଅଳଙ୍କାର ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ଏପରିକି ମାଆ ମଙ୍ଗଳାଙ୍କ ସୁନା ଆଖିକୁ ଲୁଟେରା ନେଇ ଯାଇଛନ୍ତି । ଦୁର୍ବୃତ୍ତମାନେ ତାଲାଭାଙ୍ଗି ଦାନବାକ୍ସ, ଏକ କିଲୋଗ୍ରାମ୍ ସୁନାରୁପା ଅଳଙ୍କାର ଇତ୍ୟାଦି ଲୁଟି ନେଇଥିଲେ। ସେଠାରୁ ଦାନବାକ୍ସ, ରାଧାକୃଷ୍ଣ ଠାକୁରଙ୍କ ରୁପା ମୁକୁଟ ଇତ୍ୟାଦି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୨୦ତାରିଖ ପୁରୁଣା ବଜାର ଥାନା ଅଧିନ ସଦାବର୍ତ ମଠ ମାଲିକାନାରେ ଥିବା ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଲୁଟ ହୋଇ ଥିଲା ।