FeaturedLatestNews

ରାଜ୍ୟର ୫୮ ଟି ସବଡିଭିଜନରେ ନିର୍ମାଣ ହେବ ଶୀତଳଭଣ୍ଡାର: କେ.ଭି ସିଂହଦେଓ

ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟ ସରକାର ରାଜ୍ୟର ୫୮ ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ଯୋଜନା କରିଛନ୍ତି। ଏହି ଶୀଳତଭଣ୍ଡାରଗୁଡ଼ିକ ପିପିପି ମୋଡରେ ନିର୍ମାଣ କରାଯିବ। ଯଦି ଆଉ ଶୀତଳଭଣ୍ଡାରର ଆବଶ୍ୟକତା ସରକାର ଅନୁଭବ କରନ୍ତି, ତେବେ ପିପିପି ମୋଡରେ ହାଇବ୍ରିଡ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ । ଆଜି ବିଧାନସଭା ଶୀତାକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଉପମୁଖ୍ଯମନ୍ତ୍ରୀ କେ.ଭି ସିଂହଦେଓ ଏହି ସୂଚନା ଦେଇଛନ୍ତି ।