୧୦ ହଜାର ଟଙ୍କା ଲାଞ୍ଚ ନେବେବେଳେ ଧରାପଡିଲେ ସିଡିପିଓ
ବ୍ରହ୍ମପୁର (ସଂକେତ ଟିଭି): ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ସିଡିପିଓ ସଂଧ୍ୟାରାଣୀ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ୧୮ ମାସର ଦରମା କରାଇଦେବାକୁ ସଂଧ୍ୟାରାଣୀ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ସେ ଧରାପଡିଛନ୍ତି ।
ସୂଚନା ଅନୁସାରେ, ବେଗୁନିଆପଡ଼ା ସିଡିପିଓ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଆସୁଥିଲା । ତେବେ ଲାଞ୍ଚ ଦାବି କରିଥିବା ନେଇ ଅଭିଯୋଗ ହେବା ପରେ ଆଜି ସକାଳେ ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ପୂର୍ବ ପ୍ରସ୍ତୁତି ଅନୁସାରେ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ବେଗୁନିଆପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଅଫିସ, ସରକାରୀ ଘରେ ଛାନଭିନ୍ ଜାରି ରହିଛି। ଜିଲ୍ଲା ବାହାରେ ଥିବା ବିଭିନ୍ନ କୋଠାରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି ।