କାର୍ଯ୍ୟରେ ଯୋଗ ଦେଲେ ସୁଜାତା କାର୍ତ୍ତିକେୟନ
ଭୁବନେଶ୍ବର(ସଂକେତ ଟିଭି): ଆଇଏଏସ୍ ସୁଜାତା କାର୍ତ୍ତିକେୟନ ଆଜିଠାରୁ କାର୍ଯ୍ୟରେ ଯୋଗଦେଲେ । ସେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ସୁଜାତା ଛୁଟି ଆଉ ୬ ମାସ ବଢ଼ାଇବାକୁ ଆବେଦନ କରିଥିଲେ । ହେଲେ ସରକାର ବୁଧବାର ଦିନ ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ।
ସୁଜାତା ଗତ ମେ ମାସରୁ ୬ମାସ ଛୁଟିରେ ଯାଇଥିଲେ । ତାଙ୍କର ଅବଧି ସରିବା ପରେ ସେ ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ ବଢାଇବାକୁ ଆବେଦନ କରିଥିଲେ। ନଭେମ୍ବର ୨୭ରୁ ଚାକିରିରେ ଯୋଗ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଅନୁସାରେ, ସୂଜାତା ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ । ଯାହାକୁ ତତକାଳୀନ ମୁଖ୍ୟ ସଚିବ ଅନୁମୋଦନ କରିଥିଲେ । ସୁଜାତା ନଭେମ୍ବର ୨୭ ରୁ ଆଉ ୬ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ହେଲେ ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି, ଏନେଇ ତାଙ୍କୁ ଅବଗତ କରାଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ୨୦୦୦ ବ୍ୟାଚ୍ ସୁଜାତାଙ୍କୁ ଚିଠି ଲେଖି ଜଣାଇଥିଲେ ।