ବିଚ୍ ରାସ୍ତାରେ ହୋଟେଲ ମାଲିକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ବର ସରସ୍ବତୀପୁର ସମଲପୁର ଛକରେ ଜଣେ ହୋଟେଲ ମାଲିକଙ୍କୁ ୬ରୁ ୭ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ବିଚ୍ ରାସ୍ତାରେ ଗୋଡାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଫଳରେ ହୋଟେଲ ମାଳିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।
ଆହତ ହୋଟେଲ ମାଲିକ ସମଲପୁରର ସଂଜୀବ କୁମାର ମହାପାତ୍ର ବୋଲି ଜଣାପଡିଛି । ହେଲେ ଆକ୍ରମଣର ସଠିକ୍ କାରଣ ବର୍ତ୍ତାମାନସୁଦ୍ଧା ଜଣାପଡି ନଥିଲେ ବି ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।