ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ପିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି । ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ବର୍ଦ୍ଧିତ ଦରରେ ମଧ୍ୟାହ୍ନ ଭୋଜନ ମିଳିବ ।
ଏହି ବର୍ଦ୍ଧିତ ଦର ଅନୁଯାୟୀ, ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ସରକାର ପୂର୍ବରୁ ଜଣକ ପିଛା ୫ ଟଙ୍କା ୯୦ ପଇସା ଦେଉଥିବାବେଳେ ଏବେ ସେଥିରେ ୧ଟଙ୍କା ୭୪ ପଇସା ବୃଦ୍ଧି କରି ୭ ଟଙ୍କା ୬୪ ପଇସା ପ୍ରଦାନ କରିବେ। ସେହିପରି ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶ୍ରେଣୀର ପିଲାଙ୍କ ପିଛା ସରକାର ୮ଟଙ୍କା ୮୨ପଇସା ଖର୍ଚ୍ଚ କରୁଥିଲେ। ରବିବାରଠାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।