ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବନି ଓଡିଶା : ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ପଶ୍ଚିମବଙ୍ଗକୁ ଓଡ଼ିଶା ଆଳୁ ଆଉ ମାଗିବନି । ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ । ଆମେ ମାଗି ଖିଆ ନୁହେଁ । ପଶ୍ଚିମବଙ୍ଗରେ ହିଁ କେବଳ ଆଳୁ ନାହିଁ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହା କହିଛନ୍ତି ।
ସେ କହିଛନ୍ତି ଓଡ଼ିଶାରେ ଆଳୁ ସଙ୍କଟ ନାହିଁ । ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଛି। ଲୋକଙ୍କ ଚାହିଦା ମୁତାବକ ଏବେ ବଜାରରେ ଆଳୁ ଉପଲବ୍ଧ ଅଛି । ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଛି । ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ ଅଛି । ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି ।
ସେ କହିଛନ୍ତି ଯେ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି। ଆମେ ଚାହିଁଲେ ୨ମିନିଟରେ ସବୁ ବନ୍ଦ ହୋଇଯିବ । ହେଲେ ଆମେ ସେଭଳି କରିବୁ ନାହିଁ। କାରଣ ସବୁ ରାଜ୍ୟ ମିଶିକି ଚଳିବା ଦରକାର । ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ଆଳୁ ନେଇ ସ୍ବାବଲମ୍ବୀ ହେବ । କୌଣସି ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ ହେବ ନାହିଁ ବୋଲି ସେ କହିଛନ୍ତି ।